Advertisment

ଅଧାରେ ରହିଲା ହବିଷ୍ୟାଳିଙ୍କ ଜଗା ଦର୍ଶନ; ଅଟୋକୁ ପିଟିଲା ଟ୍ରକ୍‌

ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ଚମ୍ପଟ ମାରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Accident

Accident

Advertisment

ଅଧା ରହିଲା ଜଗା ଦର୍ଶନ। ପୁରୀକୁ ଯିବା ନିମନ୍ତେ ଘରୁ ବାହାରିଥିବା ବେଳେ ବାଟରେ ଘଟିଲା ଦୁର୍ଘଟଣା। ଅଟୋକୁ ଏକ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ଜଣେ ହବିଷ୍ୟାଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ପୁରୀ ଜିଲ୍ଲା NH-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ କୟଥ ପଲା ଗାଁର ୭ ଜଣ ହବିଷ୍ୟାଳି ଏକ ଅଟୋରେ ଜାଗା ଦର୍ଶନ ପାଇଁ ପୁରୀ ଯାଉଥିଲେ। NH-୧୬ ଟାଙ୍ଗୀ ଚଣ୍ଡେଶ୍ୱର ନିକଟରେ ଏକ ଟ୍ରକ୍ ଆସି ଅଟୋକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ହବିଷ୍ୟାଳିଙ୍କର ମୃତ୍ୟୁ ଘଟିଥିବା ବେଳେ ଅଟୋ ଚାଳକଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି।

ଅଟୋ ଚାଳକଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଟାଙ୍ଗୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ଚମ୍ପଟ ମାରିଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Road Accident Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe