Advertisment

ଗଛରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ, ୩ ଗୁରୁତର

ଆଜି ସକାଳେ ଆମ୍ବୁଲାନ୍ସଟି କଟକର ଏକ ଘରୋଇ ମେଡିକାଲରୁ ରୋଗୀ ନେଇ ଫେରୁଥିଲା।

ଅଦ୍ୟତନ ହୋଇଛି
ambulance

ambulance

Advertisment

ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ଜଣେ ରୋଗୀର ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରହମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

Advertisment

ଆଜି ସକାଳେ ଆମ୍ବୁଲାନ୍ସଟି କଟକର ଏକ ଘରୋଇ ମେଡିକାଲରୁ ରୋଗୀ ନେଇ ଫେରୁଥିଲା। ବିଞ୍ଝାରପୁର ଥାନା ବରହମପୁର ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଜଣେ ରୋଗୀର ମୃତ୍ୟୁ ଘଟିଥିଲା।

ଏଥିସହ ଦୁର୍ଘଟଣାରେ ରୋଗୀଙ୍କର ୩ ଜଣ ସମ୍ପର୍କୀୟ ସମେତ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Accident Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe