Advertisment

ଘାଟିରେ ଓଲଟିଲା ପିକ୍ଆପ୍ ଭ୍ୟାନ; ଜଣେ ମୃତ, ୩୦ ଆହତ

କେକେସିଂ ଗାଁର ପ୍ରାୟ ୪୦ ଜଣ ପିକଅପ୍ ଭ୍ୟାନରେ ଚାନ୍ଦିପଟ୍ ସ୍ଥିତ ଘାଇବାଲିକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ।

author-image
Tapaswini Nayak
Road accident

Road accident

ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ପିକ୍ଆପ୍ ଭ୍ୟାନ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ  ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। 

Advertisment

ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ନିକଟସ୍ଥ ଚିଟିଙ୍ଗ ଘାଟିରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ଘର କେକେସିଂ ଗାଁର ବୋଲି ଜଣାଯାଇଛି।

ରାମଗିରି ସ୍ଥିତ କେକେସିଂ ଗାଁର ପ୍ରାୟ ୪୦ ଜଣ ପିକଅପ୍ ଭ୍ୟାନରେ ଚାନ୍ଦିପଟ୍ ସ୍ଥିତ ଘାଇବାଲିକୁ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ। ଏହି ସମୟରେ ଚିଟିଙ୍ଗ ଘାଟିରେ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା। 

Advertisment

ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Road Accident Gajpati