Advertisment

ଗଛରେ ପିଟି ହୋଇ ଓଲଟିଲା ବସ୍‌; ଜଣେ ମୃତ, ୩୦ ଆହତ

ଆଜି ସକାଳେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍‌ଟି ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଗଛକୁ ପିଟି ହୋଇ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ନୟାଗଡ଼ ଜିଲ୍ଲା ନୂଆଁ ଗାଁ ଥାନା ଅନ୍ତର୍ଗତ ସୋରଡା ଛକରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଅନ୍ୟପକ୍ଷରେ ମୃତ ବ୍ୟକ୍ତି ଜଣଙ୍କ ବସ୍‌ ଡ୍ରାଇଭର ବୋଲି ଜଣାଯାଇଛି।  

ଆଜି ସକାଳେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍‌ଟି ଫୁଲବାଣୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ସୋରଡା ଛକରେ ବସଟି ଭାରସାମ୍ୟ ଗଛରେ ପିଟି ହୋଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ସମସ୍ତ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଓ ନୂଆଁ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ନୂଆଗାଁ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କିଛି ଲୋକ ଗାଡ଼ି ଭିତରେ  ଚାପି ହୋଇ ରହିଥିବା  ଅଶାଙ୍କା କରାଯାଉଛି। ଦୁର୍ଘଟଣା ପରେ  ସେହି ରାସ୍ତା ଗାଡ଼ିଚଳାଚଳ ପ୍ରଭାବିତ ହୋଇଛି। ଉଭୟ ପାର୍ଶ୍ୱରେ ଗାଡ଼ିମଟର ଚଳାଚଳ ପ୍ରଭାବିତ ହୋଇଛି। 

Road Accident Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe