Advertisment

କାର୍‌କୁ ଧକ୍କାଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍‌; ଜଣେ ମୃତ, ୪ ଆହତ

ଗତକାଲି ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି କଳାକାର ଘରକୁ ଫେରୁଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

କଟକ ଜିଲ୍ଲା ତ୍ରିଶୁଳିଆ କୁଆଖିଆ ନଦୀ ପୋଲ ଉପରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଧକ୍କା ଦେଇ ବ୍ରିଜରୁ ତଳକୁ ଭାରାସାମ୍ୟ ହରାଇ ଖସି ପଡ଼ିଛି ଟ୍ରକ୍‌।

Advertisment

ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ କାର୍ ଓ ଟ୍ରକ୍ ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ରହିଛି।

ଗତକାଲି ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି କଳାକାର ଘରକୁ ଫେରୁଥିଲେ। ଏହି ସମୟରେ ଉପରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ପରେ ଟ୍ରକଟି ଭାରାସାମ୍ୟ ହରାଇ  ବ୍ରିଜର ବାଡ଼ା ଭାଙ୍ଗି ପୋଲରୁ ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାରେ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କାର୍ ଓ ଟ୍ରକ୍ ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ବାରଙ୍ଗ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦପାଇଁ ପଠାଇଛି। ଏଥିସହ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।  

Cuttack Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe