Advertisment

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଯାତ୍ରୀବାହୀ ବସ୍

ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଲାଇବା ଦ୍ୱାରା ଏପରି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି।

author-image
Tapaswini Nayak
Bus Accident

Bus Accident

କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ଜାତୀୟ ରାଜପଥ ୩୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିନାହିଁ।

Advertisment

ଗତକାଲି ରାତିରେ ଯାତ୍ରୀବାହୀ ବସ୍‌ଟି ମାଲକାନଗିରିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ପୋଡ଼ାଗଡ ଜାତୀୟ ରାଜପଥ ୩୨୬ରେ ବସ୍‌ଟି ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଆହତ ହୋଇଥିଲେ। ଆହତଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ କରାଯାଇଥିଲା।

ବସ୍ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଲାଇବା ଦ୍ୱାରା ଏପରି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ଦୁର୍ଘଟଣା ପରେ ପ୍ରାୟ ଦୁଇ ଘଣ୍ଟା ଧରି ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ବସ୍‌ଟିକୁ ଜବତ କରି ଘଟଣାର ତଦନ୍ତ କରୁଛି। ବସ୍‌ରେ ୩୫ରୁ ଅଧିକ ଯାତ୍ରୀ ଥିଲେ। 

Advertisment
Roadaccident Koraput