Advertisment

ପିକନିକ୍‌ ସାରି ଘରକୁ ଫେରୁଥିଲେ,ବାଟରେ ଟ୍ରଲରକୁ ପିଟିଲା ଟ୍ରକ୍

୧୫ରୁ ଅଧିକ ଯୁବକ ଦାରିଙ୍ଗିବାଡିରୁ ପିକନିକ୍ ସାରି ଏକ ଭ୍ୟାନରେ ଅଠଗଡ଼ ନିଜ ଘରକୁ ଫେରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Road accident

Road accident

ଦାରିଙ୍ଗିବାଡିରୁ ପିକନିକ୍‌ ସାରି ଖୁସିରେ ସମସ୍ତେ ଘରକୁ ଫେରୁଥିଲେ।ଗାଡ଼ି ଭିତରେ ଭୋଜି ଭାତର ମଜାମସ୍ତି ବିଷୟରେ କଥା ହେଉଥିଲେ। ହେଲେ ସେମାନେ ଜାଣି ନଥିଲେ ସେ ସେମାନଙ୍କୁ ବାଟରେ ଜଗି ରହିଛି ଯମ।  ଘରୁକୁ ‍ଫେରିଲା ବେଳେ ଅଧ ବାଟରେ ଟ୍ରଲରକୁ ଭ୍ୟାନ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତହତ ଘର ଆଠଗଡ଼ ଅଞ୍ଚଳର ବୋଲି ଜଣାଯାଇଛି।

୧୫ରୁ ଅଧିକ ଯୁବକ ଦାରିଙ୍ଗିବାଡିରୁ ପିକନିକ୍ ସାରି ଏକ ଭ୍ୟାନରେ ଅଠଗଡ଼ ନିଜ ଘରକୁ ଫେରୁଥିଲେ। ଟାକେରା ଛକ ନିକଟରେ ଏକ ଟ୍ରଲର ରାସ୍ତାଗଡ଼ରେ ଠିଆ ହୋଇଥିଲା। ଆଜି ଭୋର ୫ଟା ସମୟରେ  ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଟ୍ରଲରକୁ ପଛରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଜଣେ ଯୁବକ ଦୁଇ ଗାଡ଼ି ମଝିରେ ଚାପି ହୋଇରହିଯାଇଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ।

Advertisment

ଗୁରୁତର ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଗାଡ଼ି ମଝିରେ ରହିଥିବା ଯୁବକଙ୍କୁ କଟକ ସହାଯ୍ୟରେ କଟା ଯାଇ ବାହାର କରାଯାଇଥିଲା। ଉକ୍ତ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Roadaccident Nayagarh