Advertisment

ଅଟୋ-ଟ୍ରକ୍‌ ମୁହାଁମୁହିଁ ଧକ୍କା; ଜଣେ ମୃତ, ୭ ଆହତ

ଆଜି ସକାଳେ ଏକ ଅଟୋରେ ଡ୍ରାଇଭାର ସମେତ ୭ଜଣ ଅଟୋରେ ଯାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ରାସ୍ତାରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ-ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମୃତ ବ୍ୟକ୍ତି ଜଣଙ୍କ ହେଲେ କଟକ ବୟାଳିସିମଉଜାର ପ୍ରଭାତ ନାୟକ( ୨୫)। ୬ଜଣ ଆହତଙ୍କ ଘର କଟକ ବୟାଳିସିମଉଜାର ହୋଇଥିବା ବେଳେ ଜଣଙ୍କର ଜଣାପଡିନାହିଁ।

ଆଜି ସକାଳେ ଏକ ଅଟୋରେ ଡ୍ରାଇଭାର ସମେତ ୭ଜଣ ଅଟୋରେ ଯାଉଥିଲେ। ଏହି ସମୟରେ ପାଞ୍ଚଗାଁ ରାସ୍ତାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଅଟୋର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଅଟୋଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ରାସ୍ତା କଡ଼ରେ ମାଛ ବିକ୍ରି କରୁଥିବା ଜଣେ ବ୍ୟବସାୟୀଙ୍କ ଉପରେ ପଡ଼ିଥିଲା। ମାଛ ବ୍ୟବସାୟୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଆଠଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଏହାସହ ଅଟୋରେ  ଥିବା ଗୁରୁତରଙ୍କୁ ପ୍ରଥମେ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରଭାତଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୁଲିସ ଅଟୋ ଓ ଟ୍ରକ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Cuttack