Advertisment

ଟ୍ରାକ୍ଟରକୁ ଧକ୍କା ଦେଲା ଅଟୋ; ଜଣେ ମୃତ, ୭ ଆହତ

ଗତକାଲି ରାତିରେ ଏକ ଅଟୋରେ କିଛି ଲୋକ ସମ୍ବଲପୁରରୁ ନିଜ ଗାଁକୁ ଫେରୁଥିଲେ।

Road accident

Road accident

Advertisment

ସମ୍ବଲପୁର ସଦର ଥାନା ବାଗଡେରା ଶିବ ମନ୍ଦିର ନିକଟରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟରକୁ ପଛ ପଟୁ ଅଟୋ ଧକ୍କା ଦେବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ଘର ଘେନୁପାଲିରେ ବୋଲି ଜଣାଯାଇଛି।

Advertisment

ଗତକାଲି ରାତିରେ ଏକ ଅଟୋରେ କିଛି ଲୋକ ସମ୍ବଲପୁରରୁ ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ବାଗଡେରା ଶିବ ମନ୍ଦିର ନିକଟରେ ଏକ ଟ୍ରାକ୍ଟରକୁ ପଛ ପଟୁ ଅଟୋ ଧକ୍କା ଦେଇଥିଲା ।

ଦୁର୍ଘଟଣାରେ ଅଟୋରେ ଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପୁଲିସ ଦୁଇଟି ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Sambalpur Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe