Advertisment

ଜଳିଗଲା ଘର, ଜଣେ ଜୀବନ୍ତ ଦଗ୍ଧ

ରାୟଗଡ଼ା ଜିଲ୍ଲା ଗୁଣପୁରରେ ଘଟିଛି ଏହି ଅଘଟଣ।

ଅଦ୍ୟତନ ହୋଇଛି
Fire

Fire

Advertisment

ରାୟଗଡ଼ା ଜିଲ୍ଲା ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀରେ ଜଣଙ୍କ ଘରେ ନିଆଁ ଲାଗି ଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। 

Advertisment

ମୃତ ମହିଳାଙ୍କ ନାଁ ପ୍ରଭାତୀ ସୁନା (୫୦)। ଦୁଇ ଗୁରୁତର ଆହତଙ୍କୁ ଗୁଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଗୁଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ହେଲେ ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ। 

Advertisment

ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର, ତହସିଲଦାର ଲୀଳାବତୀ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡ଼ା ଓ ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

Fire Mishap Fire Accident Fire Breakout
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe