Advertisment

ଗଛରେ ପିଟି ହେଲା ଅଟୋ: ଜଣେ ମୃତ, ୧୦ ଆହତ

ଅଟୋରେ କ୍ଷମତା ଠାରୁ ଢେର ଅଧିକ ଲୋକ ବସିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ସମ୍ବଲପୁର-ସୋନପୁର ରାଜ୍ୟ ରାଜପଥର ଧମା ନିକଟରେ ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଗଛରେ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ମୃତାହତମାନେ ବରଗଡ଼ ଜିଲ୍ଲା ବିଶିପାଲି ଗାଁର। 

Advertisment

ଆଜି ସମସ୍ତେ ଏକ ଅଟୋ ରିଜର୍ଭ କରି ବରଗଡ଼ରୁ ସମ୍ବଲପୁରର ହୁମା ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ବାଟରେ ଦୁର୍ଘଟଣା ଘଟିଥିଲା। ଆହତମାନଙ୍କୁ ପ୍ରଥମେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅଟୋରେ କ୍ଷମତା ଠାରୁ ଢେର ଅଧିକ ଯାତ୍ରୀ ବସିଥିବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଧମା ଥାନା ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe