Advertisment

ହାତୀ ଆକ୍ରମଣ: ଜଣେ ମୃତ, ଜଣେ ଗୁରୁତର

ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗରଗାଁରେ।

DeadBody

DeadBody

Advertisment

ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜର ଟାଙ୍ଗର ଗାଁରେ।

Advertisment

ମୃତ ବୃଦ୍ଧଙ୍କ ନାଁ ଆଲାର କୁଲ୍ଲୁ। ସେହିପରି ଗୁରୁତର ଆହତ ମହିଳାଙ୍କ ନାଁ ସାଲମି ଗିଦ୍ଧି।

ଆଲାର କୁଲ୍ଲୁ ତାଙ୍କ ଘରେ ଶୋଇଥିଲେ। ସେହି ସମୟରେ ହାତୀ ଆସି ତାଙ୍କ ଘର ଭାଙ୍ଗିଥିଲା। ହାତୀକୁ ଦେଖି ଆଲାର ଘରୁ ଦୌଡ଼ି ପଳାଉଥିଲେ। ହେଲେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ କଚାଡ଼ି ମାରି ଦେଇଥିଲା।

Advertisment

ସେହିପରି ସାଲମି ଗିଦ୍ଧି ସକାଳୁ ସକାଳୁ ଶୌଚ ହେବା ପାଇଁ ଯାଉଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀ ତାଙ୍କୁ ଶୁଣ୍ଢରେ ଟାଣି ନେଇ ଫୋପାଡ଼ି ଦେଇଥିଲା।

Elephant Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe