Advertisment

ବମିଖାଲ ଓଭରବ୍ରିଜ୍‌ରୁ ପଡ଼ି ଜଣେ ମୃତ, ଜଣେ ଆହତ

ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଥିଲା।

Bike

Bike

Advertisment

ରାଜଧାନୀ ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ୍‌ରୁ ପଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ସବ୍ୟସାଚୀ ପୃଷ୍ଟି। ତାଙ୍କ ଘର କେଦାରଗୌରୀ ଅଞ୍ଚଳରେ। ସେହିପରି ଆହତଙ୍କ ନାଁ ସୁମିତ ପାତ୍ର। ତାଙ୍କ ଘର ସୁନ୍ଦରପଦାରେ।

Advertisment

ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ସବ୍ୟସାଚୀ ଓ ସୁମିତ ବୁଲେଟରେ ଝାରପଡ଼ା ଆଡୁ ବମିଖାଲ ଓଭରବ୍ରିଜ୍‌ରେ ଚଢ଼ିଥିଲେ। ସେମାନେ ରସୁଲଗଡ଼ ଯାଇଥା’ନ୍ତେ ଅବା ସହିଦ ନଗର ଯାଇଥା’ନ୍ତେ। ସେମାନେ କେଉଁଠାକୁ ଯାଉଥିଲେ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ। ତେବେ ଓଭରବ୍ରିଜ୍‌ରେ ଚଢ଼ିବା ପରେ ସେଠାରେ ଥିବା ଜଙ୍କସନର ବ୍ୟାରିକେଡ୍‌ରେ ପିଟି ହୋଇଥିଲେ ଓ ଓଭରବ୍ରିଜ୍ ତଳକୁ ଖସିପଡ଼ିଥିଲେ। ପାଟ୍ରୋଲିଂ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ସବ୍ୟସାଚୀଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ସୁମିତ ଚିକିତ୍ସାଧୀନ ଅଛନ୍ତି।

ଭାରସାମ୍ୟ ହରାଇ ବୁଲେଟ୍‌ଟି ବ୍ୟାରିକେଡ୍‌ରେ ପିଟିହୋଇଥିବା ପୁଲିସ ଅନୁମାନ କରୁଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe