Advertisment

ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

ବର୍ଷା, ଘଡ଼ଘଡ଼ି ବେଳେ ଗାଁ ମୁଣ୍ଡରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ ଏହି ୪ ଜଣ।

Lightning

Lightning

Advertisment

କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ସଲପଗୁଡ଼ା ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଶିବ ମାଣ୍ଡି।

Advertisment

ଆଜି ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି ଘଟଣା ଘଟିଛି। ସେହି ସମୟରେ ସଲପଗୁଡ଼ା ଗାଁରେ ବର୍ଷା ସହିତ ପ୍ରବଳ ଘଡ଼ଘଡ଼ି ହୋଇଥିଲା। ସେତେବେଳେ ଗାଁ ମୁଣ୍ଡରେ ଜମିରେ କିଛି ଲୋକ ମକା କ୍ଷେତରେ କାମ କରୁଥିଲେ। ବର୍ଷା ଓ ଘଡ଼ଘଡ଼ି ହେବାରୁ ସେମାନଙ୍କ ମଧ୍ୟରୁ ଏହି ୪ ଜଣ ସେଠାରେ ନିକଟରେ ଥିବା ଏକ କୁଡ଼ିଆକୁ ଚାଲି ଯାଇଥିଲେ। ସେମାନେ ସେଠାରେ ଆଶ୍ରୟ ନେଇଥିବା ବେଳେ ବିଜୁଳି ମାରିଥିଲା। ଫଳରେ ଶିବ ମାଣ୍ଡିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। 

ଏହି ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କୁ ନାରାୟଣପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment
Lightning Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe