Advertisment

ଭବାନୀପାଟଣାରେ ହିଟ୍ ଆଣ୍ଡ ରନ୍‌: ଜଣେ ମୃତ, ୨ ଗୁରୁତର

ସିସିଟିଭିରେ କଏଦ ହୋଇଛି ଘଟଣା ଘଟିବା ବେଳର ଦୃଶ୍ୟ।

author-image
Jitendra Garnayak
ଅଦ୍ୟତନ ହୋଇଛି
Shose

Shose

ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଶି ଗାଁରେ ୨୬ ନମ୍ବର ଜାତୀୟ ରାଜପଥରେ ଏକ ପିକ୍‌ ଅପ୍ ଭ୍ୟାନ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତକଙ୍କ ନାଁ ରେହମତତୁଲ୍ଲା ଖାଁ। ତାଙ୍କ ଘର ଭବାନୀପାଟଣା ସହରରେ। ଗୁରୁତର ଆହତ ଦ୍ୱୟ ହେଉଛନ୍ତି ମୁରଲୀ ହଂସ ଓ ଅଶୋକ ମହାରଣା। ସେମାନେ ଭବାନୀପାଟଣା ସ୍ଥିତ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ଏହା କେବଳ ଏକ ଦୁର୍ଘଟଣା ନା ହତ୍ୟାକାଣ୍ଡ, ତାକୁ ନେଇ ସସ୍‌ପେନ୍ସ ବଢ଼ି ଚାଲିଛି। ଘଟଣା ଘଟିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ, ଏହାକୁ ଦେଖିବା ପରେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି।

Advertisment
cctvଘଟଣା ଘଟିବାର କିଛି ସମୟ ପୂର୍ବରୁ ତିନିହେଁ କଥାବାର୍ତ୍ତା ହେଉଥିଲେ।

ସିସିଟିଭିରେ କଏଦ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ରେହମତତୁଲ୍ଲା ଖାଁ ଓ ଅନ୍ୟ ଦୁଇ ଜଣ ରାସ୍ତା କଡ଼ରେ ଅଟକି କଥାବାର୍ତ୍ତା ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୋଟିଏ ଦୁଇ ଚକିଆ ଗାଡ଼ି ଉପରେ ବସିଛନ୍ତି। ରାସ୍ତାରେ ମଝିରେ ମଝିରେ ଗାଡ଼ି ଯିବାଆସିବା କରୁଛନ୍ତି। ସେମାନେ କଥା ହେଉଥିବା ବେଳେ ହଠାତ୍ ଏକ ପିକ୍‌ଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ସେମାନଙ୍କୁ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଛି।

ପିକ୍‌ଅପ୍ ଭ୍ୟାନ୍ ଧକ୍କାରେ ଗାଡ଼ିରେ ବସିଥିବା ବ୍ୟକ୍ତି ଜଣଙ୍କ ରାସ୍ତା ମଝିରେ ପଡ଼ିଥିଲେ। ଅନ୍ୟ ଦୁଇ ଜଣ ରାସ୍ତାକଡ଼ରୁ ଛିଟିକି ପଡ଼ିଥିଲେ। ପିକ୍‌ଅପ୍ ଭ୍ୟାନ୍‌ଟି ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଗାଡ଼ିଟିକୁ ପୁଲିସ୍ କେସିଙ୍ଗା ରେଳ ଷ୍ଟେସନ ନିକଟରୁ ଜବତ କରିଛି। ତେବେ ଡ୍ରାଇଭର ଫେରାର ଅଛନ୍ତି।

Pick upଦୁର୍ଘଟଣା ଘଟାଇଥିବା ଗାଡ଼ି।

ସିସିଟିଭିରେ କଏଦ ଦୃଶ୍ୟକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଉଛି ଯେ ଡ୍ରାଇଭର ଜଣଙ୍କ ପୂରା ବେପରୁଆ ଢଙ୍ଗରେ ଗାଡ଼ି ଚଲାଉଥିଲେ। ତେବେ ଏହି ଘଟଣା ବେପରୁଆ ଗାଡ଼ି ଚାଳନା ଯୋଗୁ ଘଟିଛି ନା ୟା ପଛରେ ଅଲଗା କିଛି ରହସ୍ୟ ଅଛି, ତା’ର ତଦନ୍ତ କରୁଛନ୍ତି ଭବାନୀପାଟଣା ସଦର ଥାନା ଓ କେସିଙ୍ଗା ଥାନା ପୁଲିସ।

Hit And Run