Accident
ଝାରସୁଗୁଡ଼ା ଜିଲ୍ଲା କୁମୁଡ଼ାବାଲିରେ ଏନ୍ଏଚ୍-୪୯ରେ ଏକ ବାଇକକୁ ଏକ କାର ପଛରୁ ପିଟିବାରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।
ମୃତକଙ୍କ ନାଁ ଅଞ୍ଜନ ପଟେଲ। ତାଙ୍କ ଘର କୁକୁଡ଼ାପାଲିରେ। ସେ ତାଙ୍କ ଭଉଣୀ ଅଞ୍ଜଳି ପଟେଲ ଓ ଭାଣିଜୀ ଅନିଷ୍କା ପଟେଲଙ୍କୁ ବାଇକ୍ରେ ନେଇ ଝାରସୁଗୁଡ଼ା ଅଭିମୁଖେ ଆସୁଥିଲେ। ସେହି ସମୟରେ କାରଟି ପଛରୁ ଆସି ସେମାନଙ୍କୁ ଧକ୍କା ଦେଇଥିଲା।
ଅଞ୍ଜନ ପଟେଲ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ତାଙ୍କ ଭଉଣୀ ଓ ଭାଣିଜୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ସେହିପରି କାର୍ ଚଲାଉଥିବା ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1692451087.jpg)