Advertisment

ଧକ୍କା ଦେଇ ପଳାଇଲା ଟ୍ରକ୍‌

ଆଜି ଅପରାହ୍ନରେ ସୁରେଶ ସ୍କୁଟି ଯୋଗେ ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ପଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Scooty

Scooty

Advertisment

ମୟୂରଭଞ୍ଜ ଜିଲ୍ଲା ସିଙ୍ଗିଡ଼ା ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ ସ୍କୁଟିକୁ ଟ୍ରକ୍ ପିଟି ଦେବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସୁରେଶ ମହାନ୍ତ। ତାଙ୍କ ଘର ପୁରୁଣା ଦେଓ ଗାଁରେ।

Advertisment

ଆଜି ଅପରାହ୍ନରେ ସୁରେଶ ସ୍କୁଟି ଯୋଗେ ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ପଟକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ସୁରେଶଙ୍କ ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୪୯ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହିତ ୪୯ ନମ୍ବର ଜାତୀୟ ରାଜପଥର ମରାମତି ଦାବିରେ ସେମାନେ ସିଙ୍ଗିଡ଼ା କଲେଜ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଏହାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

Advertisment

ସିଙ୍ଗିଡ଼ା ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ବି କିଛି ସୁଫଳ ମିଳିନାହିଁ। ଲୋକେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଏହି ଜାତୀୟ ରାଜପଥର ମରାମତି କରାଯାଉନାହିଁ।

କରଞ୍ଜିଆରୁ ଦୀପକ କୁମାର ମହନ୍ତଙ୍କ ରିପୋର୍ଟ

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe