Advertisment

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆମ୍ବୁଲାନ୍ସ, ରୋଗୀ ମୃତ

୧୦୮ ଆମ୍ବୁଲାନ୍ସଟି ରୋଗୀ ଧରି ବାରିପଦାରୁ କଟକ ବଡ଼ ଡାକ୍ତରଖାନାକୁ ଆସୁଥିଲା।

ଅଦ୍ୟତନ ହୋଇଛି
SCB

SCB

Advertisment

ଅସୁସ୍ଥ ମା’ଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ଆଣୁଥିଲେ ପୁଅ-ଝିଅ। ହେଲେ ବାଟରେ ଘଟିଲା ଦୁର୍ଘଟଣା। ଟ୍ରକ୍ ପଛରେ ପିଟି ହେଲା ଆମ୍ବୁଲାନ୍ସ। ଚାଲିଗଲା ଅସୁସ୍ଥ ମା’ର ଜୀବନ। ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନରେ ଭର୍ତ୍ତି ହୋଇଛନ୍ତି ତାଙ୍କ ପୁଅ ଓ ଝିଅ। ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଟାଙ୍ଗୀ ନିକଟରେ ଘଟିଛି।  ମୃତ ବୃଦ୍ଧାଙ୍କ ନାଁ ଫୁଲ ସୋରେନ। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ମହୁଲ ବରେଇ ଗାଁରେ। 

Advertisment

ମୃତ ବୃଦ୍ଧାଙ୍କ ପୁଅ ଚୈତନ୍ୟ ସୋରେନ୍ କହିଛନ୍ତି, ଆମେ ମା’ଙ୍କୁ ବାରିପଦା ଡାକ୍ତରଖାନା ନେଇଥିଲୁ। ସେଠାରେ ସିଟି ସ୍କାନ ଆଦି କରିବା ପରେ ଡାକ୍ତର ତାଙ୍କୁ କଟକ ନେଇ ଯିବାକୁ କହିଥିଲେ। ଆମେ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ଆଣୁଥିବା ବେଳେ ରାତି ପ୍ରାୟ ଗୋଟେ ୧୦/୧୫ ପାଖାପାଖି ଦୁର୍ଘଟଣା ଘଟିଥିଲା। ଟ୍ରକ୍ ପଛରେ ଆମ୍ବୁଲାନ୍ସ ପିଟି ହୋଇଥିଲା। ଘଟଣାସ୍ଥଳରେ ମୋ ମା’ଙ୍କ ମୃତ୍ୟୁ ଘଟିଥିଲା। ମୁଁ ଓ ମୋ ଭଉଣୀ ଆହତ ହୋଇଛି। ମୋ ଅଣ୍ଟାରେ ଆଘାତ ଲାଗିଛି। ମୁଁ ଅଣ୍ଟା ଉଠାଇ ପାରୁନି। ମୋ ଭଉଣୀର ମୁଣ୍ଡ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି। 

ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ତେବେ ଏହି ଦୁର୍ଘଟଣା ପାଇଁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଦାୟୀ କରିଛନ୍ତି ମୃତ ବୃଦ୍ଧାଙ୍କ ପୁଅ ଚୈତନ୍ୟ ସୋରେନ୍।   

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe