Advertisment

ବୁଲେଟ୍‌-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ ଆହତ

ବୁଲେଟ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

author-image
Jitendra Garnayak
Bullet

Bullet

ଅଟୋ ସହିତ ବୁଲେଟର ମୁହାଁମୁହିଁ ଧକ୍କା। ଜଣେ ମୃତ, ୩ ଆହତ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ସାନଦେଉଳି ନିକଟରେ।

Advertisment

ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ବୁଲେଟ ଦ୍ରୁତ ଗତିରେ କରଞ୍ଜିଆପଟୁ କେନ୍ଦୁଝର ଆଡ଼କୁ ଯାଉଥିଲା। ସେହି ସମୟରେ ସାନଦେଉଳି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା।

ବୁଲେଟ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ବୁଲେଟ ସହିତ ଧକ୍କା ପରେ ଅଟୋଟି ଓଲଟି ପଡ଼ିଥିଲା। ଫଳରେ ଏଥିରେ ବସିଥିବା ତିନି ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ସେମାନଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କରଞ୍ଜିଆ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ରିପୋର୍ଟ- କରଞ୍ଜିଆରୁ ଦୀପକ କୁମାର ମହନ୍ତ

Accident