Advertisment

ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ଜଣଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଳାର ଭବାନୀପାଟଣା ସମେତ ଏମ୍ ରାମପୁର, ନର୍ଲା, ଲାଞ୍ଜିଗଡ଼, ଥୁଆମୁଳ ରାମପୁର, କର୍ଲ।ମୁଣ୍ଡା ଓ କଲମପୁର ଅଞ୍ଚଳରେ ଆଜି ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଛି।

Dead Body

Dead Body

Advertisment

ଲଗାଣ ବର୍ଷା ଯୋଗୁ ଘରର ମାଟି କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ଦୁମେରମୁଣ୍ଡା ଗାଁରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ଋଷି ସାହୁ।

Advertisment

ସେ ଘରେ ଶୋଇଥିବା ବେଳେ ମାଟି କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଯାଇଥିଲା। ସେ ଦୀର୍ଘ ସମୟ ଧରି କାନ୍ଥ ତଳେ ଚାପି ହୋଇ ରହିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତକାଲି ଲାଞ୍ଜିଗଡ଼ର ହରେକୃଷ୍ଣପୁରର ଜଣେ ମହିଳାଙ୍କ ଉପରେ କାନ୍ଥ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

Advertisment

କଳାହାଣ୍ଡି ଜିଲ୍ଳାର ଭବାନୀପାଟଣା ସମେତ ଏମ୍ ରାମପୁର, ନର୍ଲା, ଲାଞ୍ଜିଗଡ଼, ଥୁଆମୁଳ ରାମପୁର, କର୍ଲ।ମୁଣ୍ଡା ଓ କଲମପୁର ଅଞ୍ଚଳରେ ଆଜି ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଛି।

ଗତ ୨୪ ଘଣ୍ଟାରେ ଜିଲ୍ଲାର ମଦନପୁର-ରାମପୁରରେ ୧୯୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଥୁଆମୁଳ ରାମପୁରରେ ୧୫୮ ଓ ଲାଞ୍ଚିଗଡ଼ରେ ୧୨୧.୪ ମିମି ବର୍ଷା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ବଲାଙ୍ଗିର ସହରରେ ସର୍ବାଧିକ ୨୧୫ ମିମି ବର୍ଷା ହୋଇଛି।

Heavy Rain Deadbody Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe