Advertisment

ବଗିଚାରେ କାମ କରୁଥିଲେ ଦମ୍ପତ୍ତି; ଦଳି ଦେଲା ହାତୀ

ଗତ ୨୪ ତାରିଖରେ ଦନ୍ତାହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Elephant

Elephant

ବଗିଚାରେ କାମ କରିବାବେଳେ ଦମ୍ପତିଙ୍କୁ ଦଳି ଦେଲା ହାତୀ। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁରେ। ମୃତ ମହିଳା ଜଣଙ୍କ ହେଲେ ସୁଲୋଚନା ବିଶ୍ୱାଳ। ସ୍ୱାମୀ ଛବିନ୍ଦ୍ର ବିଶ୍ୱାଳଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ସୁଲୋଚନା ଓ ଛବିନ୍ଦ୍ର ବଗିଚାରେ କାମ କରୁଥିଲେ। ଏହି ସମୟରେ ଏକ ଦନ୍ତା ହାତୀଟି ବଗିଚା ଭିତରକୁ ପଶି ଆସି ସୁଲୋଚନାଙ୍କ ଉପରକୁ ଆକ୍ରମଣ କରିଥିଲା। ସୁଲୋଚନାଙ୍କୁ ବଞ୍ଚାଇବାକୁ ଛବିନ୍ଦ୍ର ଯାଇଥିଲେ। ଦାନ୍ତାଟି ମଧ୍ୟ ତାଙ୍କୁ ଛାଡ଼ି ନଥିଲା। ଉଭୟ ସ୍ୱାମୀସ୍ତ୍ରୀଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ସୁଲୋଚନାଙ୍କର ମୃତ୍ୟୁ ଘଟିଥିବା ବେଳେ ଛବିନ୍ଦ୍ର ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାକୁ ନେଇ ତଳଗଡ଼ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। ବାରମ୍ବାର ବାରମ୍ବାର ଲୋକଙ୍କୁ ହାତୀ ଆକ୍ରମଣ କରୁଥିବା ବେଳେ ବନ ବିଭାଗ ପକ୍ଷରୁ କିଛି ପଦକ୍ଷେପ ନିଆ ନ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ପାତେଳି ଗାଁରେ ଦନ୍ତାହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

Elephant Attack Anugul