Elephant
ଗାଁକୁ ହାତୀ ପଲ ପଶିଆସିଥିବାରୁ ଘଉଡାଇବାକୁ ଯାଇଥିଲେ। ବ୍ୟକ୍ତିଙ୍କୁ ଶୁଣ୍ଢରେ ଉଠାଇ କଚାଡି ମାରିଲା ହାତୀ। ଏପରି ଘଟଣା ଘଟିଛି ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ପଡ଼ିଆବାହାଲ ରେଞ୍ଜ ଛାମୁଣ୍ଡା ସେକ୍ସନ ଜାମଲୋଇ ବିଟ୍ ଅଞ୍ଚଳରେ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ଜାମଲୋଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ। ହାତୀ କଚାଡି ଦେବାରୁ ପୂର୍ଣ୍ଣଚନ୍ଦ୍ର ଶରୀରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି।
ଗତକାଲି ରାତିରେ ଗାଁ ଭିତରକୁ ହାତୀ ପଲ ପଶି ଆସିଥିଲେ। ଗ୍ରାମବାସୀ ସମେତ ପୂର୍ଣ୍ଣଚନ୍ଦ୍ର ହାତୀ ଘଉଡାଇବାକୁ ଯାଇଥିଲେ। ହାତୀ ପଲଙ୍କୁ ଘଉଡ଼ାଇବା ପରେ ଗାଁଲୋକ ନିଜ ନିଜ ଘରକୁ ଫେରି ଆସିଥିଲେ। କିନ୍ତୁ ପୂର୍ଣ୍ଣଚନ୍ଦ୍ର ହାତୀ ହାବୁଡରେ ପଡ଼ି ଯାଇଥିଲେ। ହାତୀଟି ତାଙ୍କୁ ଶୁଣ୍ଢରେ ଉଠାଇ କଚାଡି ମାରି ଦେଇଥିଲା।
ଆଜି ସକାଳେ ତାଙ୍କ ମୃତଦେହ ନୁଆଁବନ୍ଧ ନିକଟରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଖବର ଦେବା ସହ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ କରୁଛନ୍ତି।
ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ହାତୀବାରି ଅଞ୍ଚଳରେ ଧାନ କ୍ଷେତ ଜଗିଥିବା ବେଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Elephant_1728145666.jpg)