Advertisment

ବଜ୍ରାଘାତରେ ଜଣେ ମୃତ

ସ୍ଥାନୀୟ ଲୋକ ମାନେ ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Lightning Strike

Lightning Strike

Advertisment

ବଜ୍ରାଘାତରେ ଜଣେ ଚାଷୀଙ୍କ ଜୀବନ ଗଲା। ଘଟଣାଟି ହେଉଛି ଗଞ୍ଜାମଜିଲ୍ଲା ବଡ଼ଗଡ଼ ଥାନା ନୂଆଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଲମ୍ବୋଧର ପାଣିଗ୍ରାହି। ଆଜି ସନ୍ଧ୍ୟାରେ ଲମ୍ବୋଧର ନିଜ ଜମିରେ ଚାଷ କାମ କରୁଥିଲେ। ସେଇ ସମୟରେ ବର୍ଷା ସହ ଘଡ଼ଘଡ଼ି ଆରମ୍ଭ ହେଲା। ଚାରି ଦିଗ ଅନ୍ଧକାର ଘୋଟି ଗଲା। ଏହା ଦେଖି ଲମ୍ବୋଧର ହଠାତ୍‌ ଘଟଣା ସ୍ଥଳରେ ଅଚେତ ହୋଇ ପଡ଼ିଗଲେ। ସ୍ଥାନୀୟ ଲୋକ ମାନେ ଏହାଦେଖି ତାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ବଡ଼ଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
Lightning Strike
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe