Advertisment

ଟ୍ରକ୍‌କୁ ପଛରୁ ପିଟିଦେଲା ହାଇୱା, ଜଣେ ମୃତ

ରାସ୍ତାରେ ଛିଡ଼ା ହୋଇଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ହାଇୱା। ଫଳରେ ଧକ୍କା ଦେଇଥିବା ହାଇୱାଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା।

author-image
Biswajit Samal
ଅଦ୍ୟତନ ହୋଇଛି
Road accident

Road accident

ଭଦ୍ରକ ୧୬ନଂ ଜାତୀୟ ରାଜପଥର ଦମକଳ କେନ୍ଦ୍ର ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ଗାଡ଼ିଚାଳକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।

Advertisment

ସୂଚନା ଅନୁସାରେ ଦୁଇ ଦିନ ପୂର୍ବରୁ ତାମିଲନାଡୁର ଗୋଟିଏ ୧୪ଚକିଆ ଟ୍ରକ ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢି ରହିଥିଲା। ତେବେ ସେହି ଗାଡ଼ିରୁ ଆଜି ସକାଳେ ଶ୍ରମିକ ମାନେ ମାଲ ଅନଲୋଡ଼ କରୁଥିଲେ। ସେଇ ସମୟରେ ଅନ୍ୟ ଏକ ହାଇୱା ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିଲା। ରାସ୍ତାରେ ଛିଡ଼ା ହୋଇଥିବା ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ହାଇୱା। ଫଳରେ ଧକ୍କା ଦେଇଥିବା ହାଇୱାଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା।

ଦୁର୍ଘଟଣାରେ ମାଲ ଅନଲୋଡ଼ କରୁଥିବା ଟ୍ରକ ଡ୍ରାଇଭରର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ତେବେ ହାଇୱେ ପେଟ୍ରୋଲିଙ୍ଗ ପୁଲିସ ସହ ଗ୍ରାମାଞ୍ଚଳ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସହ ମୃତ ଦେହକୁ ବ୍ୟଵଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଛି।

Advertisment
Roadaccident