Advertisment

ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ଏକ ଟ୍ରକ ଦ୍ରୁତ ଗତିରେ ଆସି ମହିଳାଙ୍କୁ ପଛପଟୁ ଧକ୍କା ଦେବା ପରେ ଆଗରେ ଯାଉଥିବା ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
truck

truck

Advertisment

ଟ୍ରକ ଧକ୍କାରେ ମହିଳା ମୃତ। ଘଟଣାଟି ହେଉଛି ମାଲକାନଗିରି ସହରର ଡିଏନକେ ଛକରେ। ମୃତକ ଜଣଙ୍କ ହେଲେ ମାଲକାନଗିରି ପୌର ପରିଷଦ ର ଝାଡୁଦାର ବୋଲି ଜଣା ପଡ଼ିଛି।

Advertisment

ଆଜି ସକାଳେ ମହିଳା ଜଣଙ୍କ ଚାଲି ଚାଲି ଘରକୁ ଯାଉଥିଲେ। ସେଇ ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ମହିଳାଙ୍କୁ ପଛପଟୁ ଧକ୍କା ଦେବା ପରେ ଆଗରେ ଯାଉଥିବା ଜଣେ ସାଇକେଲ ଚାଳକଙ୍କୁ ଧକ୍କା ଦେଇଥିଲା। ଫଳରେ ମହିଳା ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାଇକେଲ ଚାଳକ ଗୁରୁତର ଆହାତ ହୋଇଥିଲେ। ଏନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରିବା ସହିତ ଗୁରୁତର ବ୍ୟକ୍ତିଙ୍କୁ ମେଡିକାଲ ପଠାଇଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଟ୍ରକ ଛାଡ଼ି ଫେରାର ହୋଇଛନ୍ତି। ପୁଲିସ ଡ୍ରାଇଭରଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe