Advertisment

ରାସ୍ତା ଉପରେ ଟାୟାର ସଜାଡିବା ହେଲା କାଳ; ପଛରୁ ପିଟିଲା ହାଇୱା

ଗତକାଲି ବିଳମ୍ବିତ ରାତ୍ରି ସମୟରେ ଦୁଇଟି ଆଇରନ ଟ୍ରେଲର ମନ୍ଦାରୀ ପୋଲ ନିକଟରେ ଛିଡ଼ା ହୋଇଥିଲା।

author-image
Niharika Rout
Accident

Accident

ରାସ୍ତା ଉପରେ ଗାତି ଛିଡା କରି ଟାୟାର ସଜାଡିବା ହେଲା କାଳ । ପଛ ପଟୁ ଆସି ପିଟିଲା ଆଉ ଏକ ଟ୍ରକ। ଫଳରେ ଘଟଣାସ୍ଥଳରେ ଜଣେ ଡ୍ରାଇଭରଙ୍କ ମୄତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି। ଏମିତି ଅଭାବନୀୟ ଘଟଣା ଗତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ମନ୍ଦାରୀ ପୋଲ ନିକଟରେ ଘଟିଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରି ସମୟରେ ଦୁଇଟି ଆଇରନ ଟ୍ରେଲର ମନ୍ଦାରୀ ପୋଲ ନିକଟରେ ଛିଡ଼ା ହୋଇଥିଲା। ଉକ୍ତ ଦୁଇ ଗାଡ଼ିର ଡ୍ରାଇଭର ରାସ୍ତା ଉପରେ ଟାୟାର ସଜାଡୁଥିଲେ। ଏହି ସମୟରେ ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ ଚିପ୍ସ୍ ବୋଝେଇ ହାଇୱାଟି ଏକ ଟ୍ରେଲରକୁ ଧକ୍କା ଦେଇଥିଲା।

ଫଳରେ ଘଟଣା ସ୍ଥଳରେ ଜଣେ ଡ୍ରାଇଭରଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଡ୍ରାଇଭର ନିକଟସ୍ଥ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭରଙ୍କୁ ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।

Advertisment
Bhadrak Road Accident