Advertisment

ବାଣ ବିସ୍ଫୋରଣରେ ଜଣେ ମୃତ

ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା।

Fire Cracker Explosion

Fire Cracker Explosion

Advertisment

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଅଧୀନ ବଡ଼ଗୋପାଳପୁର ଗାଁରେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଖଗେଶ୍ୱର ପଲେଇ। ସେ ଘରେ ବାଣ ଗଚ୍ଛିତ କରି ରଖିଥିଲେ ବୋଲି ସୂଚନା ମିଳିଛି। 

Advertisment

ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା। କେହି କିଛି ବୁଝିବା ପୂର୍ବରୁ ଘର ଚାରିପଟେ ଧୂଆଁମୟ ହୋଇଯାଇଥିଲା।ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ଖଗେଶ୍ୱରଙ୍କୁ ଜୀବତ ଉଦ୍ଧାର କରାଯାଇପାରି ନଥିଲା। କେହି କେହି କହୁଛନ୍ତି ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଏହି ଘଟଣା ଘଟିଛି। ବିସ୍ଫୋରଣ କେମିତି ହେଲା ସେ ନେଇ ଅଗ୍ନିଶମ ବାହିନୀ ପକ୍ଷରୁ ତଦନ୍ତ କରାଯାଉଛି। 

ବଡ଼ଗୋପାଳପୁର ଏବଂ ପାଖ ଗାଁ ବାଛୁରୀପଡ଼ାରେ ଗାଁରେ କିଛି ଲୋକ ବାଣ ତିଆରି କରନ୍ତି ଓ ପୂର୍ବରୁ ମଧ୍ୟ କିଛି ଥର ବାଣ ବିସ୍ଫୋରଣ ଭଳି ଘଟଣା ଘଟିଛି। ଏହିପରି ଘଟଣା ବାରମ୍ବାର ହେଉଥିବା ଯୋଗୁଁ ଗ୍ରାମବାସୀ ଭୟଭୀତ ହୋଇଯାଇଛନ୍ତି।

Advertisment

ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି 

Fire Breakout Fire Cracker Explosion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe