Advertisment

ଘରକୁ ଫେରୁଥିଲେ, ବଜ୍ରାଘାତରେ ଜୀବନ ଗଲା

ରାସ୍ତାରେ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇ ଯାଇ ଥିଲେ

author-image
Biswajit Samal
undefined

Lightning

ବିଲ ରେ କାମ କରୁଥିଲେ ବଜ୍ରାଘାତ ରେ ଶିକାର ହୋଇ ଯୁବକ ମୃତ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଗାଁରେ। ମୃତକଙ୍କ ନାଁ ହେଉଛି ବାଚୁ ଦାସ। ତାଙ୍କ ଘର ହେଉଛି ବିଚିତ୍ରପୁର ଗାଁରେ ବୋଲି ଜଣାପଡ଼ିଛି।

Advertisment

ବାଚୁ ଆଜି ଅପରାହ୍ନ ରେ ବିଲକୁ ଧାନ କାଟିବାକୁ ଯାଇ ଥିଲେ। କାମ କରୁଥିବା ସମୟରେ ହଠାତ କାଳବୈଶାଖୀ ଆରମ୍ଭ ହୋଇଥିଲା। ଏହା ପ୍ରଭାବରେ ପ୍ରବଳ ମେଘ ସାଙ୍ଗକୁ ବଜ୍ରପାତ ଆରମ୍ଭ ହୋଇଗଲା। ବାଚୁ ଏହା ଦେଖି ଘରକୁ ଦୌଡ଼ି ଦୌଡ଼ି ଆସୁଥିଲେ। ଏହି ସମୟରେ ରାସ୍ତାରେ ବଜ୍ରାଘାତର ଶିକାର ହୋଇ ଗୁରୁତର ହୋଇ ଯାଇ ଥିଲେ। ଏନେଇ ପରିବାର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗୁରୁତର ଅବସ୍ଥାରେ ବାଚୁଙ୍କୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Lightning Strike Lightning Death