Advertisment

ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣେ ମୃତ, ଗିରଫ ଦାବି କଲା କଂଗ୍ରେସ

ପାଣ୍ଡିଆନ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରୁ ଫେରିବା ବାଟରେ ମୋହନା ରାମଗିରିସ୍ଥିତ ପରିସଲ ଗାଁଠାରେ ବିଶ୍ରାମ ଘର ନିକଟରେ ଛିଡ଼ା ହୋଇଥିବା ସରସ ଆନନ୍ଦଙ୍କୁ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କା ଦେଇଥିଲା ।

author-image
Ordigital Desk
Accident

Accident

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । କଂଗ୍ରେସ ଆଜି ପାଣ୍ଡିଆନଙ୍କ ବିରୁଦ୍ଧରେ ମାମଲା ସହ ଗିରଫ ଦାବି କରିଛି । ଏହାସହିତ ମୃତକଙ୍କ ପରିବାରକୁ ଏକ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ।

Advertisment

ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଆଜି ନିଜ ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ୍ କରି କହିଛନ୍ତି ଯେ, ଗଜପତି ଜିଲ୍ଲା ପରିସଲ ଗାଁର ସରସ ଆନନ୍ଦଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ । ତାଙ୍କ ପରିବାର ପ୍ରତି ସେ ସମବେଦନା ପ୍ରକଟ କରିବା ସହ ସରକାର ତୁରନ୍ତ ଏକ କୋଟି ଟଙ୍କାର ସହାୟତା ଘୋଷଣା ପାଇଁ ସେ ଦାବି କରିଛନ୍ତି । ଦୁର୍ଘଟଣା ଘଟାଇ ଭିକେ ପାଣ୍ଡିଆନ ଘଟଣା ସ୍ଥଳରୁ ପଳାଇ ଆସିବା କାପୁରୁଷତା ଓ ଅମାନବୀୟତାର ନିଦର୍ଶନ । ତାଙ୍କ ବିରୁଦ୍ଧରେ ମକଦ୍ଦମା ହେବା ଉଚିତ୍ ବୋଲି କହିବା ସହ ତାଙ୍କର ଗିରଫ ଦାବି କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପାଣ୍ଡିଆନ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରୁ ଫେରିବା ବାଟରେ ମୋହନା ରାମଗିରିସ୍ଥିତ ପରିସଲ ଗାଁଠାରେ ବିଶ୍ରାମ ଘର ନିକଟରେ ଛିଡ଼ା ହୋଇଥିବା ସରସ ଆନନ୍ଦଙ୍କୁ ପାଣ୍ଡିଆନଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଉତ୍ତ୍ୟକ୍ତ ଲୋକଙ୍କୁ ପୁଲିସ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡ଼ିଥିଲା ।

Advertisment
Vk Pandian Accident BjD