Advertisment

ପରିବା ବିକାଳିଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

author-image
Tapaswini Nayak
Accident

Accident

ସାପ୍ତାହିକ ହାଟକୁ ଆସୁଥିଲେ। ପରିବା ବିକାଳିଙ୍କ ଉପରେ ମାଡିଗଲା ଅଜଣା ଗାଡ଼ି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନଖା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଳନ୍ଧର ଦୀପ। ତାଙ୍କ ଘର ମୁଣ୍ଡାଗାଁରେ।

Advertisment

ଆଜି ସକାଳେ ଜଳନ୍ଧର ସାପ୍ତାହିକ ହାଟକୁ କଣ୍ଟାବାଞ୍ଜି ଆସୁଥିଲେ। ଏହି ସମୟରେ ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଳନ୍ଧରଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ରାସ୍ତା ଉପରେ ମୃତଦେହ ରଖି ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ କଣ୍ଟାବାଞ୍ଜି-ବଲାଙ୍ଗିର ରାସ୍ତା ଅବରୋଧ କରିଛନ୍ତି। ଫଳରେ ଉଭୟ ପାର୍ଶ୍ୱରେ ଗାଡ଼ିମଟର ଅଟକି ରହିଛି। କଣ୍ଟାବାଞ୍ଜି ପୁଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଛି ଓ ଘଟଣାର ତଦନ୍ତ କରୁଛି।

Advertisment
Bolangir Road Accident