Advertisment

ଭୋଜି ଖାଇ ଘରକୁ ଫେରୁଥିଲେ; ରାସ୍ତାକଡ଼କୁ ଖସିଲା ବାଇକ୍‌

ଗତକାଲି ବିଳମ୍ବିତ ରାତିରେ ଦୁଇ ସାଙ୍ଗ ପଞ୍ଚୁପାଲି ଗ୍ରାମରୁ ଭୋଜି ଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ।

Accident

Accident

Advertisment

ଭୋଜି ଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ ଦୁଇ ସାଙ୍ଗ। ଅଧାବାଟରେ ଭାରସାମ୍ୟ ରାସ୍ତାକଡ଼କୁ ଖସିଲା ବାଇକ୍। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତଙ୍କ ଘର ରୂପ୍ସା ଥାନା ଅନ୍ତର୍ଗତ ଆଙ୍କୋ ଅଞ୍ଚଳରେ।

Advertisment

ଗତକାଲି ବିଳମ୍ବିତ ରାତିରେ ଦୁଇ ସାଙ୍ଗ ପଞ୍ଚୁପାଲି ଗ୍ରାମରୁ ଭୋଜି ଖାଇ ବାଇକ ଯୋଗେ ଘରକୁ ଫେରୁଥିଲେ। ବୁଡିଆଂ ଛକ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତକଡ଼କୁ ଖସି ପଡିଥିଲା।

ବାଇକ ପଛରେ ବସିଥିବା ଯୁବକ ଜଣକ ମୁଣ୍ତରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ତାଙ୍କର  ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Road Accident Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe