Advertisment

ଶ୍ୱଶୁରଙ୍କ ମୃତ୍ୟୁ ଖବର କହିବାକୁ ଯାଉଥିଲେ ଜ୍ୱାଇଁ; ଚାଲିଗଲା ଜୀବନ

ଆଜି ସକାଳେ ସଞ୍ଜୟ ଓ ତାଙ୍କ ଶଳା ମୃତ୍ୟୁ ଖବର କହିବା ପାଇଁ ସଂପର୍କୀୟଙ୍କ ଘରକୁ ବାଇକ୍ ଯୋଗେ ଯାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଶ୍ୱଶୁରର ମୃତ୍ୟୁ ହୋଇଥିବା ନେଇ ଖବର କହିବାକୁ ସଂପର୍କୀୟଙ୍କ ଘରକୁ ଯାଉଥିଲେ ଜ୍ୱାଇଁ। ସଡ଼କ ଦୁର୍ଘଟଣାରେ ଚାଲିଗଲା ତାଙ୍କର ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ୧୮ନମ୍ବର ଜାତୀୟ ରାଜପଥର କୁଚେଇ ଛକ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ ନାୟକ। ତାଙ୍କ ଘର ରଙ୍ଗିବେଡା ବୋଲି ଜଣାଯାଇଛି।

Advertisment

ଆଜି ଦିନ ପ୍ରାୟ ୧୧ଟା ସମୟରେ ସଞ୍ଜୟ ଓ ତାଙ୍କ ଶଳା ମୃତ୍ୟୁ ଖବର କହିବା ପାଇଁ ସଂପର୍କୀୟଙ୍କ ଘରକୁ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ ପିକ୍‌ଅପ୍‌ ଭ୍ୟାନଟି ଦ୍ରୁତଗତିରେ ଆସି ବାଇକ୍‌କୁ ଧକ୍କା ଦେଇଥିଲା। ଶଳା ଓ ଭିଣୋଇ ଛିଟିକି ତଳେ ପଡ଼ିଯାଇଥିଲେ।

ଘଟଣାସ୍ଥଳରେ ଭିଣୋଇର ମୃତ୍ୟୁ ଘଟିଥିବା ବେଳେ ଶଳା ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନଟି ଫେରାର ମାରିଥିଲା।

Advertisment

ଦୁର୍ଘଟଣା ଘଟିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। କୁଚେଇ ଛକରେ ଏକ ଗଳା ପଲୋ  ନିର୍ମାଣ କରିବା ଦାବିରେ ସ୍ଥାନୀୟ ଲୋକେ ୧୮ନଂ ଏଚ୍ଏଚକୁ ଅବରୋଧ କରିଥିଲେ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଏଥିସହ ଗାଡ଼ିଚଳାଚଳ ସ୍ୱାଭାବିକ ହୋଇଥିଲା।

Road Accident Mayurbhanj