Advertisment

ଭୋଜି ଖାଇ ଫେରୁଥିଲେ; ଗଛରେ ପିଟିହେଲା ବାଇକ୍

ଗତକାଲି ବିଳମ୍ବିତ ରାତିରେ ଅଭେନ ଓ ଦୀନେଶ ଭୋଜି ଖାଇ ବାଇକ ଯୋଗେ ଜି. ଉଦୟଗିରି ଅଭିମୁଖେ ଫେରୁଥିଲେ।

Road accident

Road accident

Advertisment

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍। ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଡେଙ୍ଗାମା ଛକ ନିକଟରେ ବିଳମ୍ବିତ ରାତିରେଏହି ଦୁର୍ଘଟଣା ଘଟିଛି ।

Advertisment

ମୃତକ ଜଣକ ହେଲେ ଆର.ଉଦୟଗିରି ଥାନା ଘୋଡାକୋଣ ଗାଁର ଅଭେନ ରାଇକା। ଆହତ ଯୁବକ ଜଣଙ୍କ ହେଲେ ବୁର୍ଦୁଗୁଡ଼ା ଗାଁର ଦୀନେଶ ରଇତ।

ଗତକାଲି ବିଳମ୍ବିତ ରାତିରେ ଅଭେନ ଓ ଦିନେଶ ଭୋଜି ଖାଇ ବାଇକ ଯୋଗେ ଜି. ଉଦୟଗିରି ଅଭିମୁଖେ ଫେରୁଥିଲେ। ଡେଙ୍ଗାମା ଛକ ନିକଟରେ ବାଇକଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଅଭେନଙ୍କର ମୃତ୍ୟୁ ଘଟିଥିବା ବେଳେ ଦୀନେଶ ଗୁରତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Accident Gajpati
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe