Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ଆଜି ସକାଳେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା ଆଜଣା ଗାଡ଼ି।

author-image
Tapaswini Nayak
Accident

Accident

ବାଇକ ଆରୋହୀ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଘ ସୁନ୍ଦରଗଡ ଜିଲ୍ଲା କାଲଟା ଫାଣ୍ଡି ଅଧୀନସ୍ଥ 215 ନମ୍ବର ଜାତୀୟ ରାଜପଥ ତୋଡା ବସ୍ତି ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତାହତଙ୍କ ଘର ତୋଡା ବସ୍ତି ଅଞ୍ଚଳରେ ବୋଲି ଜଣାପଡିଛି ।

Advertisment

ଆଜି ସକାଳେ ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇ ଚମ୍ପଟ ମାରିଥିଲା ଆଜଣା ଗାଡ଼ି। ଦୁଇ ବାଇକ ଆରୋହୀ ରାସ୍ତାରେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା  ଏନଏଚଆଇଏ କର୍ତ୍ତୃପକ୍ଷ ଦେଖିଥିଲେ।

ଉଭୟ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଜଣେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଯୁବକ ଆହତ ହୋଇଥିଲେ । ଗୁରୁତର ଆହତଙ୍କୁ ରାଉରକେଲା ଆରଜିଏଚକୁ ସ୍ଥାନାନ୍ତର କରିଛନ୍ତି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Roadaccident Sudargarh