ଗାର୍ଡୱାଲ ଡେଇଁ ରାସ୍ତାକଡ଼କୁ ଓଲଟିଲା ଟ୍ରକ୍

ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଗାଡ଼ି ତଳେ ଚାପି ହୋଇ ରହିଯାଇଥିଲେ।

ଦୁର୍ଘଟଣାଗ୍ରସ୍ତ ଲୁହା ବୋଝେଇ ଟ୍ରକ୍

  • Published: Sunday, 03 December 2023
  • , Updated: 03 December 2023, 12:16 PM IST

ମୟୂରଭଞ୍ଜ ଜିଲ୍ଲା  ୧୮ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଆଜି ସକାଳେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ପଥର ଗୁଣ୍ଡ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଗାର୍ଡୱାଲ ଡେଇଁ ରାସ୍ତାକଡ଼କୁ ଓଲଟି ପଡ଼ିଛି।

ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭରର ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି। ଆହତ ହେଲପରଙ୍କୁ ଉଦ୍ଧାର କରାଯାଇ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଦିନ ପ୍ରାୟ ୧୦ଟା ସମୟରେ ଲୁହା ପଥର ଗୁଣ୍ଡ ବୋଝେଇ କରି ଟ୍ରକଟି କେନ୍ଦୁଝରରୁ କଲୋକତା ଅଭିମୁଖେ ଯାଉଥିଲା। ଏହି ସମୟରେ ୧୮ନମ୍ବର ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଟ୍ରକଟି ଭାରସାମ୍ୟ ଗାର୍ଡୱାଲ ଡେଇଁ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।

ଦୁର୍ଘଟଣାରେ ହେଲପର ଗୁରୁତର ଆହତ ହୋଇଥିଲା ବେଳେ ଟ୍ରକ୍ ଡ୍ରାଇଭର ଗାଡ଼ି ତଳେ ଚାପି ହୋଇ ରହିଯାଇଥିଲେ। ଅଗ୍ନିଶମ ବାହିନୀ କଟର ସାହାଯ୍ୟରେ ମୃତ ଡ୍ରାଇଭରକୁ ଉଦ୍ଧାର କରିଥିଲା। ହେଲପରକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related story