Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଇଟା ବୋଝେଇ ଟ୍ରାକ୍ଟର

ଆଜି ସକାଳେ ଏକ ଇଟା ବୋଝେଇ ଟ୍ରାକ୍ଟର ଅନୁଗୋଳ ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଇଟା ବୋଝେଇ ଟ୍ରାକ୍ଟର। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଅନୁଗୋଳ ସଦର ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ କୁମଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଏକ ଇଟା ବୋଝେଇ ଟ୍ରାକ୍ଟର ଅନୁଗୋଳ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ଟ୍ରାକ୍ଟରର ଧକ୍କା ହୋଇଥିଲା। ଦୁଇ ବାଇକ୍ ଆରୋହୀ ତଳେ ଛିଟିକି ତଳେ ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଥିଲେ। ପୁଲିସ ଆହତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

 ଅନ୍ୟପକ୍ଷରେ ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତାହତଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।  ରାସ୍ତାଅବରୋଧ ଯୋଗୁ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି।  ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ  ବୁଝାସୁଝା କରିଛି।

Advertisment
Roadaccident Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe