Advertisment

ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ ବାପପୁଅ; ମାଡ଼ିଗଲା ହାଇୱା

ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ମାମୁର ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥିଲେ। ବାଟରେ ବାପପୁଅଙ୍କ ମାଡ଼ିଗଲା ହାଇୱା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଲାହାକୋଠି ନିକଟସ୍ଥ ୧୩୪ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।  ମୃତକ ହେଲେ ପାବରୁଷ ଏକ୍କା ଓ ତାଙ୍କ ପୁଅ ଶୟୁନ୍ ଏକ୍କା। ସେମାନଙ୍କ ଘର  ବେଦବ୍ୟାସରେ ବୋଲି ଜଣାଯାଇଛି। 

Advertisment

ପାବରୁଷ ମାମୁଙ୍କର ଶୁଦ୍ଧିକ୍ରିୟା ଥିଲେ। ଗତକାଲି ପାବରୁଷ ଓ ତାଙ୍କ ପୁଅ ନିଜ ମାମୁଙ୍କ ଶୁଦ୍ଧିକ୍ରିୟା ସାରି ବାଇକ ଯୋଗେ ଝାରଖଣ୍ଡରୁ ନିଜ ଘରକୁ ଫେରୁଥିଲେ। ଲାହାକୋଠି ନିକଟସ୍ଥ ୧୩୪ନମ୍ବର ଜାତୀୟ ରାଜପଥରେ ସେମାନେ ବାଇକକୁ ହାଇୱା ଧକ୍କା ହୋଇଥିଲା। ବାପପୁଅ ତଳେ ଛିଟିକି ପଡ଼ିଯାଇଥିଲେ। ହାଇୱା ତାଙ୍କ ଉପରେ ମାଡ଼ି ଯାଇଥିଲା।

ବାପପୁଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପାବରୁଷଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।ତାଙ୍କ ପୁଅଙ୍କ ଅବସ୍ଥା ଗୁରୁତର ରହିଛି। ବୀରମିତ୍ରପୁର ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି  ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ  ହାଇୱାକୁ ଜବତ କରି ଘଟଣାର ତଦନ୍ତ କରୁଛି। 

Advertisment
Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe