Advertisment

ସାଙ୍ଗର ବାର୍ଥ ଡେ’ ପାର୍ଟିରୁ ଫେରୁଥିଲେ; ବାଇକ୍ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣାଗାଡ଼ି

ଗତକାଲି ବିଳମ୍ବିତ ରାତିରେ ସଂକଳ୍ପ ଓ କୁନାଲ ସାଙ୍ଗର ବାର୍ଥଡେ ପାର୍ଟିରୁ ବୁଲେଟରେ ଘରକୁ ଫେରୁଥିଲେ।

Road Accident

Road Accident

Advertisment

ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗିର ପୁଇଁତଳା ଥାନା ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ମୃତ ବ୍ୟକ୍ତି ଜଣଙ୍କ ସଂକଳ୍ପ ଯୋଶୀ। ଆହତ କୁନାଲ ନାୟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଘର ବଲାଙ୍ଗିର ସହର ବୋଲି ଜଣାଯାଇଛି।

ଗତକାଲି ବିଳମ୍ବିତ ରାତିରେ ସଂକଳ୍ପ ଓ କୁନାଲ ସାଙ୍ଗର ବାର୍ଥ ଡେ’ ପାର୍ଟି ସେଲିବ୍ରେସନ କରି  ବୁଲେଟରେ ଘରକୁ ଫେରୁଥିଲେ। ପୁଇଁତଳା ଥାନା ନିକଟରେ ସେମାନଙ୍କ ଗାଡ଼ିକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଯାଇଥିଲା। ଉଭୟ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ।

Advertisment

ପୁଇଁତଳା ପୁଲିସ ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସଂକଳ୍ପଙ୍କର ମୃତ୍ୟୁ ଘଟିଥିଲା। କୁନାଲଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ବାଇକକୁଚ ଜବତ କରି ଘଟଣାର ତଦନ୍ତ କରୁଛି।

Roadaccident Bolangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe