Advertisment

ରଙ୍ଗରୁଟ ହେଲା କାଳ; ଜଣଙ୍କ ଜୀବନ ଗଲା, ଆଉ ଜଣେ ଗୁରୁତର

ରଙ୍ଗରୁଟରେ ଗାଡ଼ି ନେବାରୁ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଯାଇଥିବା ବେଳେ  ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି।

Accident

Accident

Advertisment

ରଙ୍ଗରୁଟ ହେଲା କାଳ। ରଙ୍ଗରୁଟରେ ଗାଡ଼ି ନେବାରୁ ଦୁର୍ଘଟଣା ଘଟି ଜଣଙ୍କ ଜୀବନ ଯାଇଥିବା ବେଳେ  ଅନ୍ୟ ଜଣେ ଗୁରୁତର ଥିବା ଜଣାଯାଇଛି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନୂତନ ବସଷ୍ଟାଣ୍ଡ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।

Advertisment

ଯାଜପୁର ଜିଲ୍ଲା ଆହିୟାସ ଅଞ୍ଚଳର ଦୁଇଜଣ ଯୁଵ ଗତଳାଲି ଭଦ୍ରକର ଚରମ୍ପାରୁ ଯାଜପୁର ଅଞ୍ଚଳକୁ ବାଇକ୍‌ରେ ଯାଉଥିଲେ। ଏହି ସମୟରେ ରଙ୍ଗରୁଟରେ ଆସି ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ନୂତନ ବସ୍‌ଷ୍ଟାଣ୍ଡ ନିକଟରେ ବ୍ରେକ ଡାଉନ ହୋଇ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲେ।

ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଯୁବକଙ୍କ ସହାୟତାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅଵସ୍ଥା ଗୁରୁତର ହେଵାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଭଦ୍ରକ ସଦର ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Accident Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe