Advertisment

ପିଟି ଦେଲା ଗାଡ଼ି; ଜଣେ ମୃତ, ଜଣେ ଗୁରୁତର

ଶ୍ରୀଚନ୍ଦନପୁର ଛକ ନିକଟରେ କୋରା ପାତ୍ର ଗାଧୋଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲା।

Tension Situation

Tension Situation

Advertisment

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ମୁଖ୍ୟ ରାସ୍ତା ପାଟପୁର ଥାନା ଶ୍ରୀଚନ୍ଦନପୁର ଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି l ମୃତକଜଣଙ୍କ ହେଲେ ପାଟପୁର ଥାନା ପି. ଜଗନ୍ନାଥପୁର ଗ୍ରାମର ଡାକ୍ତର ସ୍ୱାଇଁ (୬୫)। ଆହତଜଣଙ୍କ ହେଲେ ଶ୍ରୀଚନ୍ଦନପୁର ଗ୍ରାମର କୋରା ପାତ୍ର (୩୮) l

Advertisment

ଶ୍ରୀଚନ୍ଦନପୁର ଛକ ନିକଟରେ କୋରା ପାତ୍ର ଗାଧୋଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ପ୍ରଥମେ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ଏହାପରେ ଗାଡ଼ିଟି ଶ୍ରୀଚନ୍ଦନପର ଶିବ ମନ୍ଦିର ଦର୍ଶନ ସାରି ଫେରୁଥିବା ଡ଼ାକ୍ତର ସ୍ୱାଇଁଙ୍କୁ ଧକ୍କା ଦେଇଥିଲା । ଫଳରେ ଡାକ୍ତରଙ୍କର ଘଟଣା ସ୍ଥଳ ରେ ମୃତ ଘଟିଛି l

ଖବର ପାଇ ସ୍ଥାନୀୟ ଲୋକ କୋରା ପାତ୍ରଙ୍କୁ ଉଦ୍ଧାର କରି ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ମୃତକଙ୍କୁ କ୍ଷତିପୂରଣ ଦାବିରେ ଆସିକା - ଦିଗପହଣ୍ଡି ମୁଖ୍ୟ ରାସ୍ତା ରେ ନିଆଁ ଲଗାଇ ରାସ୍ତା ରୋକ କରିଛନ୍ତି । ଏଥିଯୋଗୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Advertisment
Road Accident Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe