Advertisment

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ରାସ୍ତାରେ ଯିବାବେଳେ ବାଇକଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇଥିଲା। ଫଳରେ ପାଣ୍ଡୁ ମୁଣ୍ଡା ଓ ଶୀତଳ ବିନ୍ଧାଣି ଦୁଇ ଜଣ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ତାରେ ରାସ୍ତା କଡ଼ରେ ପଡ଼ିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ବାଇକ ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଓ କରଞ୍ଜିଆ ରାସ୍ତାର ସାତକୋଶିଆ ନିକଟରେ। ମୃତକ ଜଣଙ୍କ ହେଉଛନ୍ତି ପଶି ଗାଁର ପାଣ୍ଡୁ ମୁଣ୍ଡା ସରଳା।

Advertisment

ପାଣ୍ଡୁ ମୁଣ୍ଡା ଓ ଶୀତଳ ବିନ୍ଧାଣି ଗୋଟିଏ ବାଇକରେ କୌଣସି କାମରେ ବଜାରକୁ ଯାଉଥିଲେ। ରାସ୍ତାରେ ଯିବାବେଳେ ବାଇକଟି ଭାରସାମ୍ୟ ହରାଇ ଗୋଟିଏ ଗଛରେ ପିଟି ହୋଇଥିଲା। ଫଳରେ ପାଣ୍ଡୁ ମୁଣ୍ଡା ଓ ଶୀତଳ ବିନ୍ଧାଣି ଦୁଇ ଜଣ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିଲେ। ସ୍ଥାନୀୟ ଲୋକ ଦେଖି ଉଭୟଙ୍କୁ ଆମ୍ବୁଲାନ୍ସରେ ଆନନ୍ଦପୁର ମେଡ଼ିକାଲକୁ ନେଇଥିଲେ। ସେଠାରେ ପାଣ୍ଡୁ ମୁଣ୍ଡା ସରଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଶୀତଳ ବିନ୍ଧାଣିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। 

Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe