Advertisment

କ୍ରସର ମେସିନ୍‌ ଚକାତଳେ ଚାପି ହେଲେ ଶ୍ରମିକ

ଅସାବଧାନତା ହେତୁ କ୍ରସର ଚକାରେ ଚାପି ହୋଇ ଶ୍ରମିକ ମୃତ

author-image
Biswajit Samal
ଅଦ୍ୟତନ ହୋଇଛି
the worker dead

the worker dead

କ୍ରସରରେ ଅଘଟଣ ଘଟିଛି। କ୍ରସର ମେସିନ ଚକା ଖୋଲିବା ବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ମୃତକ ଶ୍ୟାମଚରଣ ଓ ଗୁରୁତର ଅନିଲ୍‌ ସୋରେନ ଉଭୟ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି।

Advertisment

ଏଭଳି ଅଭାବନିୟ ଘଟଣା ଘଟଛି ଯାଜପୁରଜିଲ୍ଲା ଧର୍ମଶାଳା ତହସିଲ ରାହାଡ଼ପୁର ସ୍ଥିତ ଏକ କ୍ରସରରେ। ଏକ ମେଗା କ୍ରସରରେ ଆଜି ସକାଳୁ ଶ୍ରମିକ କାମ କରୁଥିଲେ। ଅସାବଧାନତା ହେତୁ କ୍ରସର ଚକାରେ ଚାପି ହୋଇ ଶ୍ୟାମଚରଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଅନିଲ ସୋରେନ ଗୁରୁତ ଆହାତ ହୋଇଥିଲେ। ଆହାତ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ଅଘଟଣ ପରେ ଶ୍ରମିକ ଶ୍ୟାମଚରଣଙ୍କ ମୃତଦେହକୁ ଗାଏବ କରିବାକୁ ଉଦ୍ୟମ କରାଯାଉଥିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏନେଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସିନ୍ଦା ସମ୍ପାରୁ ନିକଟରେ ରାସ୍ତାରୋକ କରିଥିଲେ। ତେବେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ବୁଝାସୁଝା ପରେ ଗ୍ରାମବାସୀମାନେ ରାସ୍ତାରୋକରୁ ଓହରିଥିଲେ।

Advertisment
Deadbody