Advertisment

୨୦ ଫୁଟ୍‌ ତଳକୁ ଖସିଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍

ଗତକାଲି଼ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନଟି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଭାରସାମ୍ୟ ହରାଇ ଜାତୀୟ ରାଜପଥରୁ ପ୍ରାୟ ୨୦ ଫୁଟ୍‌ ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ପିକଅପ ଭ୍ୟାନ୍। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ଗୋରୁର ମୃତ୍ୟୁ ହୋଇଥିବା ବେଳେ
ଶତାଧିକ ଗୋରୁ ଆହତ ହୋଇଛନ୍ତି।

Advertisment

ଗତକାଲି଼ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନଟି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ରାଜଘାଟ ବ୍ରିଜ ନିକଟରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ପହଞ୍ଚି ମୃତାହତ ଗୋରୁଙ୍କୁ ଉଦ୍ଧାର କରି ବସ୍ତା ପୁଲିସକୁ ଖବର ଦେଇଥିଲେ। ଆହତ ଗୋରୁଙ୍କୁ ଚିକିତ୍ସା ପାଇଁ ପଠାଯାଇଛି। ବସ୍ତା ପୁଲିସ ଘଟଣାର ତଦନ୍ତ କରୁଛି। 

Balasore Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe