Advertisment

ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା କାର୍

ଦୁର୍ଘଟଣା ପରେ କାର୍‌ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି।

ଅଦ୍ୟତନ ହୋଇଛି
undefined

Accident

Advertisment

ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା କାର୍। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଗମ୍‌ଲେଇ ସାପ୍ତାହିକ ହାଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ପ୍ରଦୀପ ନାୟକ। ତାଙ୍କ ଘର ରାଉରକେଲାରେ ବୋଲି ଜଣାଯାଇଛି।

Advertisment

ରାସ୍ତାର ଦୁଇ କଡ଼ରେ ଗମ୍‌ଲେଇ ସାପ୍ତାହିକ ହାଟ ପଡ଼ିଥାଏ। ଆଜି ସାପ୍ତାହିକ ହାଟ ଥିବାରୁ ଗାଡ଼ିରେ ପରିବା ଆଣି ବିକ୍ରି କରିବା ପାଇଁ ରଖୁଥିଲେ ପ୍ରଦୀପ। ଏହି ସମୟରେ ଏକ କାର୍‌ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଦୁର୍ଘଟଣା ପରେ କାର୍‌ ଚାଳକ ଗାଡ଼ି ନେଇ ଫେରାର ହୋଇଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Road Accident Bonai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe