Advertisment

ପୂର୍ତ୍ତ ବିଭାଗର ଟେକନିସିଆନଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ସୌରଭ ବଲାଙ୍ଗିର ପୂର୍ତ୍ତ ବିଭାଗରେ ଟେକନିସିଆନ ଭାବରେ କାମ କରୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ପୂର୍ତ୍ତ ବିଭାଗର ଟେକନିସିଆନଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର-ଦେଓଗାଁ ରାସ୍ତା ରତାଖଣ୍ଡି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ମୃତ ଯୁବକ ଜଣକ ଦେଓଗାଁର ସୌରଭ ଦୀପ। ସୌରଭ ବଲାଙ୍ଗିର ପୂର୍ତ୍ତ ବିଭାଗରେ ଟେକନିସିଆନ ଭାବରେ କାମ କରୁଥିଲେ।

ସୌରଭ ଆଜି ସକାଳେ ବାଇକ୍ ଯୋଗେ ଅଫିସ ଆସୁଥିଲେ। ଏହି ସମୟରେ ରତାଖଣ୍ଡି ଛକ ନିକଟରେ ତାଙ୍କୁ ଅଜଣା ଗାଡ଼ି ଧକ୍କା ଦେଇ ଚମ୍ପଟ ମାରିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Roadaccident Bolangir