Advertisment

ଯୁବକଙ୍କ ଉପରେ ମାଡ଼ିଗଲା ଆମ୍ବୁଲାନ୍ସ

ଦୁର୍ଘଟଣାପରେ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ବାଇକ ଚାଳକଙ୍କ ଉପରେ ମାଡ଼ି଼ଗଲା ଆମ୍ବୁଲାନ୍ସ। ବଲାଙ୍ଗିର-ସମ୍ବଲପୁର ରାଜରାସ୍ତାର ଫାସଡ଼ ଛକରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଲୋଇସିଂହା ନିକଟସ୍ଥ ଜଡ଼ାମୁଡା ଗାଁର ସୁମନ୍ତ ପ୍ରଧାନ।

Advertisment

ଆଜି ସକାଳେ ସୁମନ୍ତ ବାଇକ୍ ଯୋଗେ ବଲାଙ୍ଗିରରୁ ଲୋଇସିଂହା ଅଭିମୁଖେ ଯାଉଥିଲେ। ଏହି ସମୟରେ ଫାସଡ଼ ନିକଟରେ ବୀପରିତ ଦିଗରୁ ଆସୁଥିବା ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସୁମନ୍ତଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଏବଂ ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ ଦାବି କରିଛନ୍ତି ଲୋକେ। ଲୋଇସିଂହା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।

ଦୁର୍ଘଟଣାପରେ ଚାଳକ ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ କୌଣସି ରୋଗୀ ନଥିବା ଜଣାଯାଇଛି।

Advertisment
Bolangir Road Accident