/odisha-reporter/media/post_attachments/uploadimage/library/16_9/16_9_0/IMAGE_1717986001.jpg)
Road Accident
ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ପରିବା ବୋଝେଇ ଟ୍ରକ୍। ଦୁର୍ଘଟଣାରେ ଟ୍ରକ ଡ୍ରାଇଭରର ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ସିମୁଳିଆ ତହସିଲ୍ କାର୍ଯ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଡ୍ରାଇଭରଙ୍କ ଘର ଆନ୍ଧ୍ରର ବୋଲି ଜଣାଯାଇଛି।
Advertisment
ଆଜି ସକାଳେ ଟ୍ରକ୍ଟି ଆନ୍ଧ୍ରରୁ ପରିବା ନେଇ ବାଲେଶ୍ୱର ଅଭିମୁଖେ ଯାଉଥିଲା। ସିମୁଳିଆ ତହସିଲ୍ କାର୍ଯ୍ୟାଳୟ ନିକଟରେ ଟ୍ରକଟି ଭାରସାମ୍ୟ ରାସ୍ତାକଡ଼କୁ ଓଲଟି ପଡ଼ିଲା। ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ମୃତ୍ୟୁ ଘଟିଥିବା ବେଳେ ହେଲପର କିଛି ହୋଇନାହିଁ।
ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହାସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
