ଭଦ୍ରକ ଜିଲ୍ଲା ବିଷ୍ଣୁପୁର ନିକଟରେ ଆଜି ସକାଳେ ସିରିଜ ଦୁର୍ଘଟଣା ଘଟିଛି। ପଛକୁ ପଛ ପିଟି ହେଲା ୩ଟି ଗାଡି। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟ ହୋଇଛି। ମୃତ ବ୍ୟକ୍ତଙ୍କର ପରିଚୟ ମିଳିନାହିଁ।
ଆଜି ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେଇଥିଲା। ପରେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ୱରେ ଥିବା ଏକ ଇଟା ଫ୍ୟାକ୍ଟ୍ରି ଭିତରେ ପଶି ଯାଇ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା।
Also Read
ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ଓ ଏହା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କୋଠାରେ ଲାଗିଲା ନିଆଁ: ୮ ଶିଶୁଙ୍କ ସମେତ ୧୭ ଜୀବନ୍ତ ଦଗ୍ଧ
ଆଜି ସକାଳ ସାଢ଼େ ୫ଟାରୁ ୬ଟା ମଧ୍ୟରେ ଏହି କୋଠାରେ ନିଆଁ ଲାଗିଥିଲା। ଏହି କୋଠାରେ ଉଭୟ ଦୋକାନ ଓ ଆବାସିକ ଘର ରହିଛି।

Accident
ବିଦ୍ୟୁତ୍ ଆଘାତରେ ମା’ ଓ ଶିଶୁପୁତ୍ର ମୃତ
ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Accident
ଭୋଜି ଖାଇବାକୁ ଯାଉଥିଲେ, ଗାଡ଼ି ଓଲଟି ପଡ଼ିବାରୁ ଚାଲିଗଲା ୨ ଜଣଙ୍କ ଜୀବନ
ଦୁର୍ଘଟଣାଗ୍ରସ୍ତ ଟାଟା ଏସିରେ ୧୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ବୋରୋସିଙ୍ଗି ଗ୍ରାମକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ।

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।