Advertisment

ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା ବସ୍

କୀର୍ତ୍ତନ ସାଇକେଲ ନେଇ କୌଣସି କାମରେ ବଜାରକୁ ଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Road accident

Road accident

ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଗଲା ବସ୍। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କୁର୍ଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କୀର୍ତ୍ତନ ରଣା।

Advertisment

ଆଜି ସକାଳେ  କୀର୍ତ୍ତନ ସାଇକେଲ ନେଇ କୌଣସି କାମରେ ବଜାରକୁ ଯାଇଥିଲେ। ଘରକୁ ଫେରିବାବେଳେ ‘ବିଜୟଲକ୍ଷ୍ମୀ’ ନାମକ ବସ୍‌ କୁର୍ଲି ଗାଁର ମୁଖ୍ୟ ରାସ୍ତାରେ କୀର୍ତ୍ତନଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ କୀର୍ତ୍ତନଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ପରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରୁ କିଛି କାଉଡ଼ିଆଙ୍କୁ ନେଇ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯାଇଥିଲା ବସ୍‌। ଆଜି ସକାଳେ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି।

Advertisment
Roadaccident Bolangiri