Advertisment

ଗୋରୁ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି

ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

 ଗୋରୁ ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଦୁର୍ଘଟଣାରେ ଗୋରୁ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ବଳଦଙ୍କ ମୃତ୍ୟୁ ଘଟିଛି।।  ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଧରଣୀଧର ପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ହେଲେ କନ୍ତସରା ଗାଁର ସଂକାଳି ପାତ୍ର 

Advertisment

ଆଜି ଭୋରରୁ ସଂକାଳି ଦୁଇଟି ବଳଦ ନେଇ ଗମଲେଇ ହାଟକୁ ଯାଉଥିଲେ। ଧରପାଲି ନିକଟରେ ଏକ ଅଜଣା ଗାଡ଼ି ଗୋରୁ ବ୍ୟବସାୟଙ୍କୁ ଧକ୍କା ଦେଇଥିଲା।  ଘଟଣାସ୍ଥଳରେ ଗୋରୁ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଥିଲେ। 

ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। 

Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe